ରିଲିଜ୍‌ ହେଲା ‘ଖିଲାଡ଼ି’ର ହିନ୍ଦୀ ଟ୍ରେଲର; ଦେଖନ୍ତୁ ରବି ତେଜାଙ୍କ ଜବରଦସ୍ତ ଅଭିନୟର ଝଲକ୍

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଖିଲାଡ଼ି’ର ହିନ୍ଦୀ ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏହା ଏକ ଆକ୍ସନ-କମେଡ଼ି-ରୋମାନ୍ସ ଭିତ୍ତିକ ଚଳଚ୍ଚିତ୍ର। ଚଳଚ୍ଚିତ୍ରଟି ୧୧ ଫେବୃୟାରୀରେ ପ୍ରେକ୍ଷାଳୟକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଟ୍ରେଲରରେ ରବି ତେଜାଙ୍କ ଜବରଦସ୍ତ କମେଡ଼ି ତଡ଼କା ଦେଖିବାକୁ ମିଳିଛି। ଏ ଷ୍ଟୁଡିଓ ସହଯୋଗରେ ପେନ୍‌ ଷ୍ଟୁଡିଓ ଦ୍ବାରା ନିର୍ମିତ ଏହି ଫିଲ୍ମରେ ରବିଙ୍କ ରୋମାଣ୍ଟିକ୍‌ ଅନ୍ଦାଜ୍‌ ଦେଖିବାକୁ ମିଳିବ। ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳୁଥିବା ଦେଖିବାକୁ ମିଳୁଛି।

ଚଳଚ୍ଚିତ୍ରରେ ମୀନାକ୍ଷୀ ଚୌଧୁରୀ ଓ ଡିମ୍ପଲ୍‌ ହୟାତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଅର୍ଜୁନ ସରଜା ଓ ଅନସୁୟା ଭରଦ୍ବାଜ ମଧ୍ୟ ନଜର ଆସିବେ।

 

Comments are closed.