ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା : ମହିଳା ହକି ସେମିରେ ସମ୍ବଲପୁର

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ଅନ୍ତିମ ଲିଗ୍‌ ମ୍ୟାଚ​ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୫-୦ ଗୋଲରେ ମହୀଶୂର ବିଶ୍ବବିଦ୍ୟାଳୟକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ପୂର୍ବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ରାଞ୍ଚି ବିଶ୍ବବିଦ୍ୟାଳୟ ନିକଟରୁ ୨-୧ ଗୋଲରେ ପରାସ୍ତ ହୋଇଥିବାବେଳେ ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ସହିତ ୧-୧ ଡ୍ର ରଖିଥିଲା। ପୁଲ୍‌ ‘ଏ’ରୁ ରାଞ୍ଚି ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ପୁଲ୍‌ ‘ବି’ରୁ ରୋହତକ୍‌ ଓ ମଧ୍ୟପ୍ରଦେଶ ବିଶ୍ବବିଦ୍ୟାଳୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ସମ୍ବଲପୁର ଓ ରୋହତକ୍‌ ଏବଂ ରାଞ୍ଚି ଓ ମଧ୍ୟପ୍ରଦେଶ ସେମିଫାଇନାଲ ମ୍ୟାଚ ଖେଳାଯିବ।

Comments are closed.