ଖେଲୋ ଇଣ୍ଡିଆରେ ରାଜ୍ୟ ପାଇଁ ପ୍ରତ୍ୟାଷାଙ୍କର ଦ୍ବିତୀୟ ମେଡାଲ

ସମ୍ବଲପୁର : ଆସାମର ରାଜଧାନୀ ଗୁଆହାଟୀ ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୦ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଗେମ୍ସରେ ଏକ ମାତ୍ର ସନ୍ତରଣବିତ ଭାବରେ ଜାତୀୟସ୍ତରର ସନ୍ତରଣକାରୀ ପ୍ରତ୍ୟାଷା ରାୟ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରି ଶନିବାର ଦିନ ଦ୍ବିତୀୟ ପଦକ ଆଣି ଦେଇଛନ୍ତି। ପ୍ରତ୍ୟାଷା ସନ୍ତରଣର ୨୧ ବର୍ଷରୁ କମ ବର୍ଗର ୧୦୦ ମିଟର ବେକ ଷ୍ଟ୍ରୋକ ବିଭାଗରେ ୧ ମିନିଟ ୯.୩୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ୫୦ ମିଟର ବେକ ଷ୍ଟ୍ରୋକ ଓ ବଟର ଫ୍ଲାଏ ଭଳି ଅନ୍ୟ ବର୍ଗରେ ମଧ୍ୟ ସେ ଆହୁରୀ ପଦକ ଜିଣିବାର ଆଶା ରହିଛି। ପ୍ରତ୍ୟାଷାଙ୍କର ଏହି ସଫଳତା ପାଇଁ ଓଡିଶା ରାଜ୍ୟ ସୁଇମିଙ୍ଗ ଏସୋସିଏସନର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, ସାଧାରଣ ସମ୍ପାଦକ ଦିଲାୱର ହୁସେନ, ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ପଟେଲ, କୋଷାଧ୍ୟକ୍ଷ ବିଜୟ ଦିକ୍ଷୀତ ପ୍ରମୁଖ ଅଭିନନ୍ଦନ ସହିତ ଆହୁରୀ ସଫଳତା ଆଣିବା ପାଇଁ ଶୁଭକାମନା ଜଣାଇଛନ୍ତି।

Comments are closed.