ପନୀର ଖିରୀ

ଆବଶ୍ୟକ ସାମଗ୍ରୀ
ପନରୀ – ୧୦୦ ଗ୍ରାମ
ଖିର – ୧ଲିଟର
ଚିନି – ୨୦୦ ଗ୍ରାମ
କଷ୍ଟଡ଼ ପାଉଡ଼ର – ୧ ଚାମଚ
ବାଦାମ – ଆବଶ୍ୟକ ପରିମାଣରେ
ପିସ୍ତା – ଅଳ୍ପ
କେସର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନୀରକୁ କୋରି ଏକ ପାତ୍ରରେ ରଖି ଦିଅନ୍ତୁ। ଏହାପରେ ବାଦାମ, ପିସ୍ତାକୁ ମଧ୍ୟ କୋରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ସେଥିରେ ଭଲ ଭାବେ ଖିରକୁ ଫୁଟାଇ ଦିଅନ୍ତୁ। ଖିର ଭଲ ଭାବେ ପୁଟିବା ପରେ ଏଥିରେ କଷ୍ଟଡ଼ ପାଉଡ଼ର, ଚିନି ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ଗୋଳାଇବା ପରେ କୋରା ପନୀର, ବାଦାମ, ପିସ୍ତା ପକାଇ ଭଲ ଭାବେ କିଛି ସମୟ ଫୁଟାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ଖିରୀ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.