ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଖେରା

0

ଅନୁଗୁଳ : ଅନୁଗୁଳ ଜିଲା ନାଲକୋ ଏମ୍ପ୍ଲଇଜ ସଂଘ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ମୁଖପାତ୍ର ପବନ ଖେରା କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ରାଫେଲ ବିମାନକୁ ୫୨୬ କୋଟି ଟଙ୍କା କିଣିବା ବଦଳରେ ୧୬୭୦ କୋଟି ଟଙ୍କା କିଣିବା ଦ୍ୱାରା ରାଜକୋଷ ୪,୨୧,୨୦୫ଟଙ୍କା କ୍ଷତି ସହୁଛି। ୟୁପିଏ ସରକାର ସମୟରେ ୨୦୧୨ ଡିସେମ୍ବର ଖୋଲାଯାଇଥିବା ଆର୍ନ୍ତଜାତିକ ଚୁକ୍ତି ମୁତାବକ ୧୨୬ଟି ରାଫେଲ ବିମାନ ପାଇଁ ପ୍ରତ୍ୟକ ବିମାନର ମୂଲ୍ୟ ୫୨୬କୋଟି ଟଙ୍କା ଥିଲା। କିନ୍ତୁ ୨୦୧୫ ଏପ୍ରିଲରେ ମୋଦୀ ପ୍ୟାରିସରେ ୩୬ଟି ରାଫେଲ ବିମାନ ଫ୍ରାନ୍ସ ଠାରୁ ମୋଟ ୧୬୭୦କୋଟି ଟଙ୍କା କିଣିବାକୁ ଘୋଷଣା କଲେ। ରାଜକୋଷରୁ କାହିଁକି ୪୧,୨୦୫କୋଟି ଟଙ୍କା ପ୍ରଦାନ କରାଗଲା ବୋଲି ମୁଖପାତ୍ର ଖେରା ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ମୌଳିକ ନୀତିକୁ ଉଲ୍ଲଂଘନ କରି ନ ଥିଲେ ଭାରତର ରାଜକୋଷକୁ ଫାଇଦା ମିଳିପାରିଥାନ୍ତା ବୋଲି ମୁଖପାତ୍ର ଖେରା କହିଛନ୍ତି।

Leave A Reply