ଖଟ୍ଟାର ବିଧାୟକ ଦଳ ନେତା ନିର୍ବାଚିତ, କାଣ୍ଡାଙ୍କ ସମର୍ଥନ ନେବନି ବିଜେପି

ନୂଆଦିଲ୍ଲୀ: ହରିୟାଣାରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ପାଇ ନ ଥିବାବେଳେ ସ୍ବାଧୀନ ବିଧାୟକଙ୍କ ବିଜେପି ସରକାର ଗଠନ କରିବାକୁ ଅଣ୍ଟା ଭିଡିଛି। ଇତିମଧ୍ୟରେ ଶନିବାର ମନୋହର ଲାଲ ଖଟ୍ଟାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପରେ ସେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟାଙ୍କୁ ଭେଟି ରାଜ୍ୟରେ ୨ୟ ଥର ସରକାର ଗଠନ କରିବା ଲାଗି ଦାବି ଜଣାଇବାର କାର୍ଯ୍ୟକ୍ରମ ରହିଛି।

ଶନିବାର ସକାଳେ ଖଟ୍ଟାର ଚଣ୍ଡୀଗଡ଼ରେ ପହଞ୍ଚି ବିଧାୟକ ଦଳ ବୈଠକରେ ଯୋଗଦେଇଥିଲେ। ସେଠାରେ ସର୍ବସମ୍ମତି କ୍ରମେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ତେବେ ଗୋପାଳ କାଣ୍ଡାଙ୍କୁ ନେଇ ବିବାଦ ତେଜିବା ପରେ ବିଜେପି ତାଙ୍କ ସମର୍ଥନ ଲୋଡିବ ନାହିଁ ବୋଲି କହିଛି। ବିଜେପି ନେତା ଅନୀଲ ୱିଜ କହିଛନ୍ତି, ସରକାର ଗଠନ ଲାଗି ତାଙ୍କ ଦଳ ଲୋଖିତ ପାର୍ଟି ନେତା ଗୋପାଳ କାଣ୍ଡାଙ୍କ ସମର୍ଥନ ନେବନାହିଁ। ତାଙ୍କୁ ସରକାରରେ ସାମିଲ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଅନୀଲ କହିଛନ୍ତି।

Comments are closed.