‘ଖତରୋଁ କେ ଖିଲାଡି’ ସୁଟିଂ ବେଳେ ଅଘଟଣ, ୨ ପ୍ରତିଯୋଗୀ ଗୁରୁତର

0

ଛୋଟ ପରଦାର ସବୁଠୁଁ ଲୋକପ୍ରିୟ ଆକ୍ସନ ରିୟାଲିଟି ଶୋ ‘ଖତରୋଁ କେ ଖିଲାଡି’ ସୁଟିଂ ବେଳେ ଅଘଟଣ ଘଟିଛି । ଆର୍ଜେଣ୍ଟିନାରେ ଏହି ଶୋ ର ସୁଟିଂ ଚାଲିଥିବା ସମୟରେ ଦୁଇ ଜଣ ପ୍ରତିଯୋଗୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସାପ କାମୁଡାରେ ‘ଖତରୋଁ କେ ଖିଲାଡି’ର ପ୍ରତିଯୋଗୀ ଓ ବିଗବସର ଜଣାଶୁଣା ଚେ​‌ହେରା ବିକାଶ ଗୁପ୍ତା ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରତି ଥର ଭଳି ଏଥର ମଧ୍ୟ ଏହି ଶୋ କୁ ଅଧିକ ରୋଚକ କରିବା ପାଇଁ ବିଭିନ୍ନ ପ୍ରକାର ଆକ୍ସନ ସିକ୍ୟୁନ୍ସ ସୁଟିଂ ଚାଲିଥିଲା । ଏହି ସମୟରେ ପ୍ରତିଯୋଗୀ ଭାରତୀ ସିଂହଙ୍କୁ ସେଟରେ ଏକ ଅଜଗର ସାପ ଦଂଶନ କରିଥିଲା । ସେଟରେ ଉପସ୍ଥିତ ପ୍ରତିଯୋଗୀ ବିକାଶ ଗୁପ୍ତା ଭାରତୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ସାପ ଚୋଟ ମାରିଛି । ମିଳିଥିବା ସୂଚନା ଅନୁଯାୟୀ ବିକାଶ ଗୁପ୍ତା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ତାଙ୍କୁ ସୁସ୍ଥ ହେବା ପାଇଁ କିଛି ଦିନ ସମୟ ଲାଗିବ ।

ଅନ୍ୟପଟେ ସେଟରେ ଅନ୍ୟ ଜଣେ ପ୍ରତିଯୋଗୀ ଆହତ ହୋଇଥିବା ଖବର ମିଳିଛି । ‘ଖତରୋଁ କେ ଖିଲାଡି’ ପ୍ରତିଯୋଗୀ ଅାଦିତ୍ୟ ନାରାୟଣ ଏକ ଷ୍ଟଣ୍ଟ ସିନ୍ ଦେବା ସମୟରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି । ଅାଦିତ୍ୟଙ୍କୁ ମଧ୍ୟ ଆରମ କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି ଦୁଇଟି ଘଟଣା ପରେ ଶୋ ର ହୋଷ୍ଟ ରୋହିତ ସେଠୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତିଯୋଗୀଙ୍କ ସୁରକ୍ଷା ପାଇଁ ଅଧିକ ଦୃଷ୍ଟି ଦିଆଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।

Leave A Reply