ଖାରବେଳଙ୍କ ପ୍ରଚାର ଜୋରଦାର

କୋଟଗଡ : କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ୱାଇଁ ଶୁକ୍ରବାର କୋଟଗଡ କାର୍ଯ୍ୟକ୍ରମ ରହିଥିଲା। ସେ ଅପରାହ୍ନ ୨ଟାରେ କୋଟଗଡ ହରିଡାଗଡ ଛକଠାରେ ପହଞ୍ଚିବା ପରେ ଶତାଧିକ କର୍ମୀଙ୍କ ସହ ରୋଡ ସୋ’ରେ ବାହାରିଥିଲେ। ପରେ ଖାରବେଳ ସ୍ୱାଇଁ ବଜାରର ବିଭିନ୍ନ ଦୋକାନ ବଜାର ବୁଲିଥିଲେ। ଏହି ରୋଡ ସୋ’ରେ ଖାରବେଳ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତି ବଖାଣିବା ସହ ରାଜ୍ୟକୁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ସେ କହିଥିଲେ।

Comments are closed.