ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ସ୍ଥାନ ଖୋଜା

କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ:ବିଏମ୍‌ସି କମିଶନର

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖଣ୍ଡଗିରି ଯାତ୍ରାରେ ଦୈନିକ ୫୦ହଜାରରୁ ଅଧିକ ଲୋକ ସମାଗମ ଆକଳନ କରାଯାଉଛି। ପୂର୍ବ ସ୍ଥାନରେ ଜାତୀୟ ରାଜପଥର ଓଭରବ୍ରିଜ୍‌ କାମ ଚାଲିଛି। ଜାତୀୟ ରାଜପଥ ନିର୍ମାଣ କାମ ଯୋଗୁ ପୂର୍ବ ସ୍ଥାନରେ ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଯାତ୍ରା ଗୋଟିଏ ସ୍ଥାନରେ ନ କରି ପୃଥକ ପୃଥକ ସ୍ଥାନରେ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ ଏସ୍‌ଆର୍‌ସିଙ୍କ ସହ ଆଲୋଚନା ହୋଇ ପରାମର୍ଶ ନିଆଯାଇଛି। ଖଣ୍ଡଗିରି ଯାତ୍ରା ପାଇଁ ବିକଳ୍ପ ସ୍ଥାନ ଖୋଜା ଚାଲିଛି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଭାବେ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ଖଣ୍ଡଗିରି ଯାତ୍ରା ପାଇଁ ଉଭୟଙ୍କ ପରାମର୍ଶ ନିଆଯାଇଛି। କରୋନାର ସଫଳ ମୁକାବିଲାରେ ରାଜଧାନୀବାସୀଙ୍କ ସହଯୋଗ ମିଳିଛି। କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ। ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ। ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Comments are closed.