ମଧୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ 

ତିଗିରିଆ : ତିଗିରିଆ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ସଭାଗୃହରେ ସଭାପତି ମଙ୍ଗଳକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ  ଆଇନଜୀବୀ ମାନେ ମଧୁବାବୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ଏବଂ ସମାଜସେବା ପ୍ରତି ରୁଚି ସଂପର୍କରେ କହିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଓ ଆଇନସେବା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବିକ୍ରମ କେଶରୀ ଦାଶ, ଗିରିଜା ପ୍ରସାଦ ପଟ୍ଟନାୟକ,  ରଞ୍ଜନ କୁମାର ମହାରଣା, ତନ୍ମୟ କୁମାର ମିଶ୍ର, ରଘୁନାଥ ଦାସ, ପଠାଣି ଚରଣ ବେହେରା, ରମେଶ ଚନ୍ଦ୍ର ମାଝୀ, ସରୋଜ କୁମାର ସାହୁ, ଚନ୍ଦ୍ରମଣି ପଣ୍ଡା, ଇଭା ପଣ୍ଡା, ଅର୍ଚ୍ଚନା ସିଂସାମନ୍ତ, ରାଜଲକ୍ଷ୍ମୀ ସୁଜାତା ସିଂହ ପ୍ରମୁଖ ଉପସ୍ଥିତ ଥିବାବେଳେ  ସଂପାଦକ ଶରତ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା  କରିଥିଲେ।

Comments are closed.