ଖଲିକୋଟ୍ ବିଶ୍ବବିଦ୍ୟାଳୟରେ ଦକ୍ଷତା ଓ ନିଯୁକ୍ତି ସୁଯୋଗ ଚୁକ୍ତିନାମା ସ୍ବାକ୍ଷରିତ

0

ବ୍ରହ୍ମପୁର: ଖଲିକୋଟ୍ ବିଶ୍ବବିଦ୍ୟାଳୟ ଏବଂ ଓଡିଶା ରାଜ୍ୟ ମୁକ୍ତବିଶ୍ବବିଦ୍ୟାଳୟ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଛାତଛାତ୍ରୀଙ୍କ ପାଇଁ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଉଭୟ କର୍ତ୍ତୃପକ୍ଷ ପଦକ୍ଷେପ ନେବେ​‌ ବୋଲି ଜଣାପଡିଛି। ଖଲିକୋଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ. ଅମରେନ୍ଦ୍ର ନାରାୟଣ ମିଶ୍ର, ଓଡିଶା ରାଜ୍ୟ ମୁକ୍ତବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଶ୍ରୀକାନ୍ତ ମହାପାତ୍ର, କୁଳସଚିବ ଡ. ଜୟନ୍ତ କର ଶର୍ମା, ଖଲିକୋଟ୍ ବିଶ୍ବବିଦ୍ୟାଳୟ କୁଳସଚିବ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply