ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଛତ୍ରପୁର: ତାମିଲନାଡୁର ଏକ ତୀର୍ଥଯାତ୍ରୀ ବସ  ଟିଏନ ୬୩ ଏଏସ୍‌ ୦୫୦୨ ଗତକାଲି ବିଳମ୍ବିତ ରାତ୍ରରେ ରମ୍ଭା ଜାତୀୟ ରାଜପଥ ରାଜୁ ଢ଼ାବା ନିକଟରେ ଭାରଶ୍ୟାମ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୫ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆହତ ହୋଇଥିଲେ । ଆହତ ମାନଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଅଣା ଯାଇଥିଲା ସେଥିରୁ ୩ଜଣ ଯାତ୍ରୀ ଗୁରୁତର ଥିବାରୁ ସେମାନଂକୁ ବ୍ରହ୍ମପୁର ମେଡିକାଲ ପଠା ଯାଇଛି । ବସଟି ପୁରୀରୁ ତମିଲନାଡୁ ରାମେଶ୍ୱର ଯାଉଥିବା ଏହି ଦୃଘଟଣା ଘଟିଛି । ସୂଚନା ଥାଉକି ତାମିଲନାଡୁ ଏରୁଡୁ ଜିଲ୍ଲାରୁ ଚଳିତ ମାସ ୫ ତାରିଖରୁ ଏକ  ରେ ଡ୍ରାଇଭର ସମେତ  ୫୦ଜଣ ତୀର୍ଥଯାତ୍ରୀଙ୍କୁ ଧରି ସିରିଡ଼ି, ଅଯୋଧ୍ୟା, ବାରଣାସୀ, ରାମେଶ୍ୱରଂ, ଋଷିକେଶ  ପୁରୀ ଅଭିମୁଖେ ବହାରିଥିଲେ । ଗତକାଲି  ପୁରୀ ଜଗନ୍ନାଥଙ୍କ ଦର୍ଶନକରି ବିଳମ୍ବିତ ରାତି ୨ ବେଳେ ନିଜ ରାଜ୍ୟ ତାମିଲିନାଡୁକୁ ଫେରୁଥିଲା ବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅନ୍ୟ ରାଜ୍ୟର ହୋଇଥିବାରୁ ଗଞ୍ଜାମ ପ୍ରଶାସନ ଏହା ଉପରେ ସମ୍ପୂର୍ଣ ନଜର ରଖିଛି |

Comments are closed.