କୃଷି ଆଇନ: ଆମେରିକାରେ ଥିବା ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ

ୱାଶିଂଟନ: କୃଷି ଆଇନକୁ ନେଇ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଖଲିସ୍ତାନୀ ସମର୍ଥକମାନେ ଏହି ବିକ୍ଷୋଭ କରିବା ସହିତ ଭାରତ ସରକାର ଆଇନ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି।

ବିକ୍ଷୋଭକାରୀମାନେ ଦୂତାବାସ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଥିଲେ। ଗତବର୍ଷ ଡିସେମ୍ବରରେ ମଧ୍ୟ ଦୂତାବାସ ସମ୍ମୁଖରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ନଷ୍ଟ କରିଦେଇଥିଲେ।

ସୂଚନାଯୋଗ୍ୟ, କୃଷି ଆଇନକୁ ନେଇ ଦେଶରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ୨ମାସରୁ ଅଧିକ ସମୟ ଧରି କୃଷକମାନେ ବିକ୍ଷୋଭ ଜାରି ରଖିଛନ୍ତି। ଚାଷୀମାନେ ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ପାଇବା ପରେ ରାଲି ନାମରେ ହିଂସାକାଣ୍ଡ ଘଟାଇଥିଲେ। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ହିଂସା କରିବା ସହିତ ଲାଲକିଲାରେ ଧାର୍ମିକ ପତାକା ଉଡ଼ାଇଥିଲେ।

Comments are closed.