ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ହେବ ଏକକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଷ୍ଟାଟସ୍‌କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ଏଣିକି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କ୍ଲଷ୍ଟର(ଅନୁବନ୍ଧିତ) ବିଶ୍ବବିଦ୍ୟାଳୟ ପରିବର୍ତ୍ତେ ଏକକ(ୟୁନିଟାରୀ) ବିଶ୍ବବିଦ୍ୟାଳୟ ଭାବେ ଗଣନା କରାଯିବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୫ଟି ମହାବିଦ୍ୟାଳୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଯିବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଗବେଷଣାକୁ ଗୁରୁତ୍ବ ପ୍ରଦାନ କରାଯିବ। ଆସନ୍ତା ଜୁନ୍‌ ପହିଲାରୁ ଏହା କାର୍ଯ୍ୟକ୍ଷମ ହେବ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସଠିକ୍‌ ଭାବେ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଦାୟିତ୍ବ ନିର୍ବାହ କରିପାରୁ ନଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments are closed.