ନାବାଳିକାକୁ ମାଡ଼ମାରିବା ଘଟଣାରେ ଗୋଟିଏ ଗାଁର ୧୬ ମହିଳା ଗିରଫ

ଖଲ୍ଲିକୋଟ: ନାବାଳିକାକୁ ଗଛରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଭିକାପଡା ଗାଁର  ୧୬ ଜଣ ମହିଳାଙ୍କୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ପରେ ଏହି ଘଟଣାକୁ ନେଇ ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।

 

Comments are closed.