ଏଏସଆଇଙ୍କ ଶବ ପଡିରହିବା ଘଟଣା ; ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ -ଏସପି

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ଏଏସଆଇଙ୍କ ଶବ ପଡିରହିବା ଘଟଣାରେ ଶନିବାର ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡ଼ିକାଲ କାର୍ଯ୍ୟ ପାଇଁ ମୃତ ଦେହ ସେଠାରେ ରଖାଯାଇଥିଲା । ସେ ଆମ ସହକର୍ମୀ ଥିଲେ , ଆମ ଭାଇ ଥିଲେ, ଆମେ ସମସ୍ତେ ଆସିଛୁ’ । ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି କୋଦଳା ବାହାରେ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡି ରହିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ୨ ସମ୍ବାଦିକ ପିପିଇ କିଟ ପିନ୍ଧି ଏଏସଆଇଙ୍କ ମୃତଦେହ ଉଠାଇଥିଲେ । ରବିନ୍ଦ୍ର କିଛି ଦିନ ହେବ ଜ୍ବର , କାଶରେ ପୀଡ଼ିତ ଥିଲେ । ଗତକାଲି ସ୍ବାସ୍ଥ୍ୟାବସ୍ଥା ବଗିଡିବାକୁ କୋଦଳା ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ଆସି ନ ଥିଲେ । ଗତ କିଛି ବର୍ଷ ଧରି ଏଏସଆଇ ରବିନ୍ଦ୍ରନାଥ ବେହେରା ବେଗୁନିଆପଡ଼ାରେ ରହୁଥିଲେ ।

 

Comments are closed.