ୟୁକେକୁ ଭାରତର ଚେତାବନୀ, ଖଲିସ୍ତାନ  କାର୍ଯ୍ୟକ୍ରମ ଉପରେ ରୋକ ନ ଲଗାଇଲେ ସମ୍ପର୍କରେ ପ୍ରଭାବ ପଡିବ

0

ଲଣ୍ଡନ:  ଭାରତରେ ଥିବା ପଞ୍ଜାବକୁ ଏକ ଅଲଗା ଖଲିସ୍ତାନ ଦେଶ ଦାବିରେ  ଲଣ୍ଡନରେ ଏକ ବିଶାଳ ବିକ୍ଷୋଭର ଆୟୋଜନ କରାଯାଇଛି । କେତକ ବିଛିନ୍ନତା ବାଦୀ ଗୋଷ୍ଠୀ ଏହାର ଆୟୋଜନ  କରୁଥିବା ଭାରତ ଅଭିଯୋଗ କରିଛି । ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନ ଦେବା ପାଇଁ ଭାରତ ବାରମ୍ବାର ୟୁକେକୁ  ଅନୁରୋଧ କରିଥିଲା ।

ଭାରତର ଅଖଣ୍ଡତା ବିରୋଧରେ ଏହି କାର୍ଯ୍ୟକ୍ରମ କରାଯାଉଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ଦାବି ହୋଇଛି । ଅନେକ ଶିଖ୍‌ ସଂଗଠନ ଏହାକୁ ବିରୋଧ କରୁଛନ୍ତି । ମାତ୍ର ଲୋକଙ୍କର ସ୍ୱାଧୀନ ଭାବେ ନିଜର ମତ ବ୍ୟକ୍ତ କରିବାର ଅଧିକାର ଅଛି କହି ୟୁକେ ଭାରତର ଅନୁରୋଧ ରକ୍ଷା କରି ନାହଁ  । ଏପରି କଲେ ଦ୍ୱିପାକ୍ଷିକ ସମ୍ପର୍କ ନଷ୍ଟ ହେବାର ଆଶଙ୍କ ଅଛି ବୋଲି ଭାରତ ବ୍ରିଟେନ୍‌କୁ ଚେତାବନୀ ଦେଇଛି । ଶିଖ୍‌ ଫର ଜଷ୍ଟିସ୍‌ ନାମକ ଏକ ସଂସ୍ଥା ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ।

Leave A Reply