ଖଲିଦା ଜିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଢ଼ାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜାତୀୟ ଦଳର ଅଧ୍ୟକ୍ଷା ଖଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗତ ଫେବୃୟାରୀଠାରୁ ସେ ଢ଼ାକା ଜେଲରେ  ୧୦ ବର୍ଷ ପାଇଁ କାରାଦଣ୍ଡ ଭୋଗୁଛନ୍ତି।

​ତେବେ ଖଲିଦା ଗୁରୁତର ହୋଇ ପଡିଥିବା ତାଙ୍କ ଦଳପକ୍ଷରୁ କୁହାଯାଇଛି। ଦଳର ଜଣେ ସଦସ୍ୟ ଜମିରୁଦ୍ଦିନ୍‍ ସରକାର କହିଛନ୍ତି, ୭୩ ବର୍ଷୀୟା ଜିଆ ବିଭିନ୍ନ ପ୍ରକାର ରୋଗ​‌ ଓ ନିଃସଙ୍ଗତା ଯୋଗୁଁ ଦୟନୀୟ ଅବସ୍ଥାରେ ଅଛନ୍ତି। ସେ ମଧ୍ୟ ହୃଦରୋଗରେ ପିଡୀତ । ତେଣୁ ତୁରନ୍ତ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦଳ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି।

Comments are closed.