ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚିହ୍ନଟ ଶିବିର

ଫୁଲବାଣୀ/ଖଜୁରିପଡା: କନ୍ଧମାଳ ଜିଲ୍ଲା ଖଜୁରିପଡା ସଦରମହକୁମା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିଷରରେ ବ୍ଳକର ବିଭିନ୍ନ ପଂଚାୟତର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍କ ଚିହ୍ନଟ ଶିବିର ଆୟୋଜନ ହୋଇଯାଇଛି। ଏଥିରେ ଖଜୁରିପଡା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଉଦ୍‍ଘାଟନ କରିଥିବାବେଳେ ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ସୌଦାମିନି କହଁର, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଆବଶ୍ୟକୀୟ ଦିବ୍ୟାଙ୍ଗ ଉପକରଣ ଯୋଗାଇ ଦିଆଯାଇଛି। ଶିବିରରେ ୫୦ ଜଣ ଆବେଦନ କରିଥିବା ବେଳେ ସେଥିରୁ ୪୨ ଜଣଙ୍କୁ ଚୟନ କରାଯାଇଛି। ଚୟନ କରାଯାଇଥିବା ସମସ୍ତ ହୀତାଧିକାରୀଙ୍କୁ ଅତିଶୀଘ୍ର ସେମାନଙ୍କର ଉପକରଣ ମାନ ପ୍ରଦାନ କରାଯିବ ବୋଲି ବିଏସଏସଓ ତୃଷାରାଣୀ ନାୟକ କହିଛନ୍ତି।

 

Comments are closed.