ଖଜୁରିପଦା ଡବଲ ମର୍ଡର ଘଟଣା : କୋର୍ଟ ଚାଲାଣବେଳେ ଜଣେ ଅଭିଯୁକ୍ତ ମୃତ,ଗ୍ରାମରେ ଉତ୍ତେଜନା ଫୋର୍ସ ମୃତୟନ

କଳାପଥର(ବାଙ୍କୀ): ବାଙ୍କୀର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ପୂର୍ବରୁ ପୁଲିସ୍‍ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ଶୁକ୍ରବାର ପୁଲିସ୍‍ ଦୁଇ ଜଣ ଅଭିଯୁକ୍ତ ପ୍ରଭାତ ସିଂହ ଓ ବିରଞ୍ଚି ପ୍ରଧାନଙ୍କୁ ଗିରଫ କରିଥିଲା। ପ୍ରଭାତ ସିଂହ (୬୮)ଙ୍କୁ ବରଗଡରୁ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ପ୍ରଧାନଙ୍କୁ କଟକ ଟାଙ୍ଗି ଅଞ୍ଚଳରୁ ଗିରଫ କରିଥିଲା। କୁହାଯାଉଛି ଯେ, ଉଭୟଙ୍କୁ ରବିବାର କୋଭିଡ୍‍ ପରୀକ୍ଷା ପାଇଁ କଟକ ନିଆଯାଇଥିଲା। ଫେରିବାପରେ ସେମାନଙ୍କୁ ବାଙ୍କୀ ଜେଲକୁ ପଠାଯାଉଥିବା ସମୟରେ ହଠାତ୍‍ ପ୍ରଭାତ ସିଂଙ୍କର ମୃତ୍ୟୁ ହୋଇଛି।

ଅନ୍ୟ ପକ୍ଷରେ ସୁଚନା ମିଳିଛି ଯେ, କଟକରୁ ଫେରିବା ବାଟରେ ପ୍ରଭାତ ସିଂହଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଏକ ସୁତ୍ରରୁ ଜଣାଯାଇଛି। ଘଟଣା ଆଜି ରାତ୍ରି ପ୍ରାୟ ୭.୩୦ ଅବା ୮ଟା ମଧ୍ୟରେ ଘଟିଥିବା କୁହାଯାଉଛି। ଗିରଫ ହୋଇଥିବା ପ୍ରଭାତ ସିଂହଙ୍କର ହଠାତ ମୃତ୍ୟୁ ଖବର ଜଣା ପଡ଼ିବାପରେ ନିଜ ଗାଁ ଖଜୁରିପଦାରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ଅଘଟଣ ଆଶଙ୍କା ରହିଥିବାରୁ ପୁଲିସ୍‍ ପକ୍ଷରୁ ଦୁଇ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଛି।

Comments are closed.