ଖଇରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

ସମାଜ ପୋର୍ଟାଲ ଡେସ୍କ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଉଦେଶ୍ୟରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ଆଉ ଏହି କ୍ଷମତାର ପ୍ରୟୋଗ କରି ବାଲେଶ୍ଵର ଖଇରା ପଞ୍ଚାୟତର ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ଆଜି ସକାଳ ୬ ଟାରୁ ଆସନ୍ତା ୧୪ ତାରିଖ ସକାଳ ୬ ଟା ଯାଏଁ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ଆଜିଠାରୁ ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗାଲୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସେ କହିଛନ୍ତି ।

Comments are closed.