ଗହଣା ଦୋକାନ ସାମ୍ନାରେ ଚକର କାଟୁଥିଲେ ଯୁବକ; ପୁଲିସ ତଦନ୍ତ ଜାରି

ଖଇରା : ବାଲେଶ୍ୱର ଜିଲା ଖଇରା ତୁଡିଗଡିଆ ଅଂଚଳରେ ବୁଧବାର ୨ଟି କଳାପଲସରରେ ୪ ଜଣ ଯୁବକ ଗହଣା ଦୋକାନ ସମ୍ମୁଖରେ ଚକର କାଟୁଥିବା ଖବର ସାମ୍ନାକୁ ଆସିଛି। ଉକ୍ତ ଯୁବକଙ୍କ ଉପରେ ଅଂଚଳବାସୀଙ୍କ ସନ୍ଦେହ ହେବାରୁ ସେମାନେ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଥିଲେ। ସେହି ସମୟରେ ପଲସର ବାଇକ ସହ ୩ ଜଣ ଯୁବକ ଖସି ପଳାଇଛନ୍ତି। ଜଣଙ୍କୁ ଅଟକ ରଖିବା ସହ ୨ଟିରୁ ଗୋଟିଏ କଳାପଲସର ଜବତ ହୋଇଛି। ଘଟଣା ବିଷୟରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ି ନାହିଁ। ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।