ଟିଉସନ ଯାଉଥିବା ସମୟରେ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ

ଖଇରା : ଟିଉସନ ଯାଉଥିବା ସମୟରେ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଖଇରା ଠାରେ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି।  ଉକ୍ତ ନାବାଳିକା ନବମ ଶ୍ରେଣୀର ଛାତ୍ରୀ।
ଉକ୍ତ ନାବାଳିକା ଖଇରା ଥାନା ଜଳଦା ପଞ୍ଚାୟତ ତୁଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅ । ଆଜି ସକାଳ ଟିଉସନ ଯାଉଥିବା ସମୟରେ ତୁଟ ପଦା ଠାରେ ସେହି ଗ୍ରାମରେ ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବାର କାରଣ ଜଣାପଡିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାକୁ ପ୍ରେମ ନିବେଦନ କରିଥିଲେ । ଏହାକୁ ଝିଅ ଓ ପରିବାର ଲୋକ ପ୍ରତିବାଦ କରିବାରୁ ସେହି ରାଗରେ ଆକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କ ଫେରାର ଥିବା ନେଇ ସୂଚନା ମିଳିଛି । ନାବାଳିକାଙ୍କୁ ଖଇରାରୁ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.