ବେଆଇନ ଗୋରୁ ଚାଲାଣ ବେଳେ ଅଂଚଳବାସୀଙ୍କ ଦ୍ୱାରା ୩୫ରୁ ଅଧିକ ଗୋରୁ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରି ପଂଚାୟତ ବେଗୁନିଆ ମୁନି ପଡ଼ିଆ ଅଂଚଳରେ ଟ୍ରକରେ ବେଆଇନ ଗୋରୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ ହୋଇଥିବା ରବିବାର ଜଣାପଡ଼ିଛି। ୩୫ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣା ବିଷୟରେ ଗ୍ରାମବାସୀ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାତ୍ର ଚାଲାଣକାରୀ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା।

Comments are closed.