ଭାସମାନ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ରଟିଣା ପଞ୍ଚାୟତ କଲୋନୀ ସାହିରେ ଏକ ମହୋରମ ଖଣିରେ ଭାସମାନ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବୃଦ୍ଧ ଜଣଙ୍କ ହେଲେ ବିପିନ୍ ମହାକୁଡ(୭୫)। ତାଙ୍କ ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ପଢ଼ିଆରୀପଲ୍ଲୀ ପଞ୍ଚାୟତ ବଂଗାଳି ସାହି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଆଜି ସକାଳେ ସ୍ଥାନୀୟଲୋକେ ମୃତଦେହ ଭାସୁଥିବାର ଦେଖି ମୃତକଙ୍କ ଘରକୁ ଜାଣଇବା ସହ ଖଇରା ଥାନାକୁ ମଧ୍ୟ ଜାଣଇଥିଲେ। ଉକ୍ତ ବୃଦ୍ଧଙ୍କ ସକାଳ ନିତ୍ୟ କାର୍ୟ୍ୟ ସାରି ଶୌଚ ପାଇଁ ଯିବା ସମୟରେ ଗୋଡ ଖସି ଯାଇ ଏଭଳି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟଲୋକଙ୍କ ସମ୍ମୁଖରେ ଉକ୍ତ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Comments are closed.