ବନ୍ଦ ଗୋଦାମରୁ ୧୦ ଲକ୍ଷ ଟଙ୍କାର ଖଇନି ଜବତ

ଗୋପାଳପୁର: (ଗଞ୍ଜାମ) ଗୋପାଳପୁର ଓ ଚମାଖଣ୍ଡି ଥାନା ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୧୦ ଲକ୍ଷ ଟଙ୍କାର ଗୁଟଖା ଓ ଖଇନି ଜବତ କରାଯାଇଛି । ଏ ସମ୍ପର୍କରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।  ଚମାଖଣ୍ଡି ଥାନା ଅନ୍ତର୍ଗତ ମଣ୍ଡିଆପଲ୍ଲୀ ସାଇ ମନ୍ଦିର ଛକ ନିକଟରେ ଥିବା ଏକ  ତାଲାବନ୍ଦ ଘର ଉପରେ ଚାମାଖଣ୍ଡି ଥାନା ଅଧିକାରୀ ଏବଂ ଗୋପାଳପୁର ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ତାଲାବନ୍ଦ ଘରର ତାଲା ଭାଙ୍ଗି ଘରେ ଥିବା ୨୩୫ ବସ୍ତା  ରାଜା ଓ ଆର ଆର ଖଇନି କୁ ଜବତ କରାଯାଇଛି ।  ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
 ଉକ୍ତ ଘର ଟି ରଘୁନାଥପୁର ଅଞ୍ଚଳର ଜନୈକ ମଦ ଦୋକାନ ମାଲିକ ମହେନ୍ଦ୍ର ସାହୁ ଙ୍କ ହୋଇଥିବା ବେଳେ ସେ ଏହାକୁ ଚଳିତ ମାସ ୧ ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ବି. ବେଣୁ ଗୋପାଳ ଙ୍କୁ ଭଡ଼ାରେ ଦେଇଥିବା ଜଣାପଡିଛି।  ଏହି ଘରେ ଚୋରାରେ ଲକ୍ଷାଧିକ ଟଙ୍କାର ଗୁଟୁଖା ମହଜୁଦ ଥିବା ନେଇ ଗୋପାଳପୁର ଥାନା ଖବର ପାଇବା ପରେ ବ୍ରହ୍ମପୁର ଏସ ପି ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ପରେ ବ୍ରହ୍ମପୁର ଏସ ପି  ପିନାକ ମିଶ୍ର ଏବଂ ଗଞ୍ଜାମ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ  ଉକ୍ତ ଘର ର ତାଲା ଭାଙ୍ଗି ଆଜି  ୨୩୫ ବସ୍ତା ଖଈନି ଜବତ କରା ଯିବା ସହ ଘରକୁ ସିଲ୍ କରାଯାଇଛି।,

Comments are closed.