ମୌସୁମୀ ଆଗମନକୁ ଦୃଷ୍ଟିରେ ରଖି ଖରିଫ ଫସଲର ଧାନ ବୁଣା ଆରମ୍ଭ

ଖଡିଆଳ : ମୌସୁମୀ ଆଗମନକୁ ଦୃଷ୍ଟିରେ ରଖି ନୂଆପଡା ଜିଲାର ଚାଷୀକୂଳ ତତ୍ପର ହୋଇ ପଡିଛନ୍ତି। ଜିଲାର ଖଡିଆଳ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ଚାଷୀ ଖରିଫ ଫସଲର ଧାନ ବୁଣା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ନୂଆ ଆଶା, ଉଦ୍ଦିପନା ସହ ଅଧିକ ଅମଳର ଲକ୍ଷ ନେଇ ଚଳିତ ବର୍ଷ ଚାଷୀ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚାଷୀ ନିଜ ନିଜ ଜମିକୁ ହଳନଙ୍ଗଳ କରି ଭଳ ଭାବରେ ଜମିକୁ ଚଷି ଧାନ ବୁଣିବା ଆରମ୍ଭ କରି ଦେଇଛନ୍ତି। ଚଳିତ ବର୍ଷ ଭଳ ମୌସୁମୀକୁ ଦୃଷ୍ଟିରେ ରଖି ଭଳ ବର୍ଷା ସହ ଚାଷ ହେବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।

Comments are closed.