ପଦ୍ମପୁରରେ ବିଲାତି ଅଭାବୀ ବିକ୍ରୀ

କେଶଦୁରାପାଳ: ଚାଷୀମାନେ ଏବେ ବିଲାତି ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି । କିଲୋ ପିଛା ବିଲାତି ୨ ରୁ ୨ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଗତ ଏକମାସ ଧରି ଏପରି ସ୍ଥିତି ଲାଗି ରହିଥିବାରୁ ଚାଷୀମାନେ ହତାସ ହୋଇ ପଡିଛନ୍ତି । ଏପରିକି, ଜମିରୁ ଚାଷୀମାନେ ତୋଳା ମଜୁରୀ ପାଉ ନଥିବା ଅଭିଯୋଗ ହୋଇଛି । ପଦ୍ମପୁରରେ ବିଲାତି ଅଭାବୀ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୧ନମ୍ବର ଓ ୨ ନମ୍ବର ୱାର୍ଡ ପଦ୍ମପୁର ଠାରେ । ଧାନ ଚାଷ ପରେ ଜମିରେ ଏବେ ସୁନା ଫଳାଇଛି ଚାଷୀ । ଜମିରେ ଆଶା ଠାରୁ ଅଧିକ ବିଲାତି ଫଳିଛି । ହେଲେ, ବିଲାତି ଏବେ ଶାଗ,ମାଛ ଦରରେ ବିକ୍ରୀ ହେଉଛି ।

 

ବିଲାତି ଚାଷରୁ ଭଲ ଦିପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚଡ଼କ ପଡିଛି । ଅପର୍ଯ୍ୟ ।ପ୍ତ ବିଲାତି ପଂଳିଥିବା ବେଳେ କିଲୋପିଛା ମାତ୍ର ୨ରୁ ଅଢେଇ ଟଙ୍କାରେ ବେପାରୀଙ୍କୁ ଟମାଟୋ ବିକ୍ରୀ କରିବାକୁ ବାଧ୍ୟ ହେଉଛି ଚାଷୀ ।ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁରରେ ୪ହଜାରରୁ ଉର୍ଧ୍ବ ଲୋକ ବାସ କରୁଥିବା ବେଳେ । ଅଧିକାଂଶ ଲୋକ ଏଠାରେ ପନପରିବା ଚାଷ କରି ପେଟ ପୋଷନ୍ତି । ହେଲେ, ସରକାରଙ୍କ ତରଫରୁ ଏଠାରେ କୌଣସି ବଜାର ସୁବିଧା ତଥା ଶୀତଳ ଭଣ୍ଡାର ର ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅନେକ ସମୟରେ ପନିପରିବା ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି । ବେପାରୀ, ଚାଷୀମାନଙ୍କଠାରୁ କମ୍ ଦାମରେ ପନିପରିବା ନେଇ ଖାଉଟୀଙ୍କୁ ଚଢା ଦାମରେ ବିକ୍ରୀ କରିଥାନ୍ତି । ମାସେ ପୂର୍ବରୁ ଟମାଟୋ କିଲୋପିଛା ୨୦ଟଙ୍କାରେ ବିକ୍ରୀ ହେଉଥିବା ବେଳେ, ଏବେ କିଲୋପିଛା ମାତ୍ର ୨ଟଙ୍କା ଦରରେ ବିକ୍ରୀ ହେଉଥିବା କାରଣରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲାଭ ତ ଦୂରର କଥା ଚାଷୀଙ୍କର ଜମିରୁ ତୋଳା ମଜୁରୀ ଉଠୁ ନଥିବା -ଉପେନ୍ଦ୍ର ବେହେରା,ପ୍ରଦୀପ କୁମାର ସାହୁ ଅଭିଯୋଗ ହୋଇଛି । ସରକାରଙ୍କ ତରଫରୁ ତୁରନ୍ତ ପଦ୍ମପୁର ଅଂଚଳରେ ଏକ ଶିତଳ ଉଣ୍ଡାର ସ୍ଥାପନ କରିବା ପାଇଁ ପଦ୍ମପୁରର ଗୁଧାଂଶୁ ସାହୁ, ମହେନ୍ଦ୍ର ସାହୁ, ଲକ୍ଷ୍ମି ଧର ସାହୁ, ବନମାଳୀ ସାହୁ, କୈଳାସ ସାହୁ, ମାନସ ସାହୁ, ରବିନ୍ଦ୍ର ସାହୁ, ପ୍ରମୁଖ ନିବେଦନ କରିଛନ୍ତି ।

Comments are closed.