ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ସେ ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

କିଛି ଦିନ ପୂର୍ବେ, କେଶୁଭାଇ ପଟେଲ କରୋନାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ସେ କରୋନା ସହ ଲଢି ସୁସ୍ଥ ହୋଇ ଘରକୁ ଫେରିଥିଲେ। କେଶୁଭାଇ ପଟେଲ ଦୁଇଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୯୫ ଏବଂ ୧୯୯୮ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଗୁଜରାଟ ବିଧାନସଭାରେ ୬ଥର ସଦସ୍ୟ ହୋଇଥିବା ପଟେଲ ୨୦୧୨ରେ ବିଜେପି ଛାଡି ନିଜର ରାଜନୈତିକ ଦଳ ‘ଗୁଜରାଟ ପରିବର୍ତ୍ତନ ପାର୍ଟି’ ଗଠନ କରିଥିଲେ।

Comments are closed.