ସାନଭାଇର ଶୁଦ୍ଧିକ୍ରିୟାରେ ବଡ଼ଭାଇର ମୃତ୍ୟୁ

କେଶଦୁରାପାଳ: ସାନଭାଇର ଶୁଦ୍ଧିକ୍ରିୟା ସମୟରେ ବଡ଼ଭାଇର ଅସ୍ଵାଭାବିନ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋସୋ ଥାନା ଅନ୍ତର୍ଗତ ଡଙ୍ଗାଚୁଆ ଗ୍ରାମରେ । ସୂଚନା ଅନୁସାରେ ଡଙ୍ଗାଚୁଆ ଗ୍ରାମର ସ୍ଵର୍ଗତ ଲକ୍ଷ୍ମୀଧର ମାଝିଙ୍କ ସାନ ପୁଅ ଯଦୁ ମାଝିଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଗତକାଲି ତାଙ୍କର ଏକାଦଶାହ ଥିବା ବେଳେ ସେହି ସମୟରେ ହଠାତ୍‌ ଯଦୁ ମାଝିଙ୍କ ବଡ ଭାଇ ବୀର ସିଂ ମାଝୀ (୩୫)ଙ୍କ ମୁଣ୍ଡ ବୁଲାଇ ଦେବା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟ ପରେ ପରିବାର ଲୋକେ ବୀର ସିଂ ମାଝୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.