ପୋଖରୀରେ ପାହାଚରେ ଖସିଲା ଗୋଡ଼, ଗଭୀର ଜଳରେ ବୁଡି ପ୍ରାଣ ହରାଇଲେ ବାଳକ

କେଶଦୁରାପାଳ : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆର୍ଗଦା ଗ୍ରାମର ଶରତ ଜେନାଙ୍କ ପୁଅ ଆଶୀଷ ଜେନା(୧୨) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ସକାଳ ୯ଟା ସମୟରେ ଅସୁରା ପୋଖରୀରେ ଗାଧୋଉଥିବାବେଳେ ପାହାଚରୁ ଗୋଡ ଖସିଯାଇଥିଲା। ପୋଖରୀ ପାହାଚରେ ଗାଡ଼ ଖସି ଯାଇ ଆଶିଷ ଗଭୀର ପାଣିରେ ବୁଡି ଯାଉଥିବା ସ୍ଥାନୀୟ ଲୋକ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଆଶିଷଙ୍କୁ ସଙ୍ଗେସଙ୍ଗେ ସାଇଁକୁଳ ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଁକୁଳ ପୁଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ ପଠାଇବା ସହ ରାମଚନ୍ଦ୍ରପୁର ଥାନା କେଶ ନମ୍ବର ୧୧/୨୦ ରେ ଏକ ଅପମୃତ୍ୟୁ ମାମଲାରୁଜୁକରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି ସୂଚନା ଦେଇଛନ୍ତି।

Comments are closed.