ବାକି ଟଙ୍କା ମାଗିବାରୁ ଦିବ୍ୟାଙ୍ଗଙ୍କ ଦୋକାନ ପୋଡ଼ିଲେ ଦୁର୍ବୁତ୍ତ

କେଶଦୁରାପାଳ: ବାକି ଟଙ୍କା ମାଗିବାରୁ ଦୁର୍ବୃତ୍ତଙ୍କ ଦ୍ବାରା ଦିବ୍ୟାଙ୍ଗଙ୍କ ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଦିବ୍ୟାଙ୍ଗଙ୍କ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।
ଏଭଳି ଅଭାବନୀୟ ଘଟଣା ଘଟିଛି ସାଇଁକୁଳ ଫାଣ୍ଡି ନିକଟ ଆଗରଦା ଠାରେ। ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଦୋକାନରୁ ଜଣେ ଲୋକ ବାକିରେ ଜିନିଷ ନେଇଥିଲେ। ବ୍ୟବସାୟ ପାଇଁ ଦୋକାନୀ ବାକି ଟଙ୍କା ବାରମ୍ବାର ମାଗିବାରୁ ସେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲ।. ଶେଷରେ ସେହି ଲୋକ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଦୋକାନୀ ମନୋଜ କୁମାର ଜେନା ସାଇଁକୁଳ ଫାଣ୍ଡିରେ ଏତଲା ଦେଇଛନ୍ତି। ଦୋକାନ ଜଳିଯିବା ଦ୍ୱାରା ଦିବ୍ୟାଙ୍ଗ ଜଣକ ଏବେ ଅସହାୟ ହୋଇ ପଡ଼ିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଅନୁସନ୍ଧାନ କରୁଥିବା ପ୍ରକାଶ କରିଛନ୍ତି । .

Comments are closed.