ଚାଷ ଜମିରୁ ଯୁବକର ମୃତଦେହ ଉଦ୍ଧାର ,ଘଟଣାରେ ୨ ଜଣ କୋର୍ଟ ଚାଲାଣ

କେଶଦୁରାପାଳ : ଚାଷ ଜମିରୁ ଯୁବକର ମୃତଦେହଉଦ୍ଧାର ଘଟଣାରେ ଆଜି ଘସିପୁରା ପୁଲିସ୍ ୨ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଗୋପାଳପୁର ଗାଁ ନିକଟରେ ଗୋଟିଏ ମୃତଦେହ ପଡି ରହିଥିଲା। ଘଟଣା ପ୍ରଘଟ ପରେ ମୃତଦେହଟି ଖାଳିଆମେଣ୍ଟା ହରିଜନ ସାହିର ହୃଷିକେଶ ଜେନା ବୋଲି ଜଣାପଡିଥିଲା ା ହୃଷିକେଶଙ୍କ ବାପା ଏ ନେଇ ଘସିପୁରା ଥାନାରେ ପୂର୍ବ ଝଗଡାକୁ କେନ୍ଦ୍ରକରି ଗାଁର ସେହି ଯୁବକ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ଦୁଇଜଣକୁ ଉକ୍ତ ଘଟଣାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଆଜି ସେହି ଗ୍ରାମର ଏକାଦଶୀ ଜେନାଙ୍କ ପୁଅ ବିଶ୍ବନାଥ ଯେନା (୩୦) ଓ ଦୁଆରୀ ଜେନାଙ୍କ ପୁଅ ସଂଜୟ ଜେନା ( ୨୮)କୁ କୋର୍ଟ ଚାଲାଣ କରିଛି ବୋଲି ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା ପ୍ରକାଶ କରିଛନ୍ତି।

Comments are closed.