ବଚସାରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

କେଶଦୁରାପାଳ : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗିତ ପୋଡ଼ାଖମଣ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ଜଣଙ୍କ ହେଲେ ପୋଡ଼ାଖମଣ ସାହିର ରାମ ନାଇକ (୭୦) ।

ସୂଚନା ଅନୁଯାୟୀ, ରାମ ନାଇକ ଶନିବାର ବିଳମ୍ବିତ ରାତିରେ ଉକ୍ତ ସାହିର ଦାଶରଥୀ ମୂର୍ମୁର ପୁଅ ରବି ମୁର୍ମୁ ରାମ ନାଇକଙ୍କ ଘର ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ଏହାକୁ ରାମ ନାଇକ ବିରୋଧ କରିଥିଲା । ଏଥିରେ ରବି ମୁର୍ମୁ ରାଗରେ ଉତକ୍ଷିପ୍ତ ହୋଇ ଏକ ପଥରରେ ରାମ ନାଇକର ଅଣ୍ଡକୋଷକୁ ଖୁବ୍ ଜୋରରେ ଆଘାତ କରିଥିଲା । ଫଳରେ ରାମ ନାଇକ ଖୁବ୍ ଜୋରରେ ଚିତ୍କାର କରିଥିଲା ପରିବାର ଲୋକ ଏହା ଶୁଣି ଦୌଡ଼ି ଯାଇଥିଲେ ଗୁରୁତର ଅବସ୍ଥାରେ ବାପାକୁ ଦେଖି ସଂଙ୍ଗେସଙ୍ଗେ ରାମ ନାଇକକୁ ଅଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ଗୁରୁତର ଅବସ୍ଥାରେ ଚିକିତ୍ସା କରିଥିଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରରାମ ନାଇକକୁ କେନ୍ଦୁଝର ସ୍ଥାନାନ୍ତର କରିଥିବା ବେଳେ ବାଟରେ ରାମ ନାଇକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ରାମ ନାଇକଙ୍କ ପୁଅ ନରୋତ୍ତମ ନାଇକ ଘସିପୁରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଶବକୁ ଜବତ କରିବା ସହିତ ସଂନ୍ଧ୍ୟ। ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରି ନ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଫେରାର ରହିଥିବା ଜଣାପଡ଼ିଛି ।

Comments are closed.