ମହୁମାଛି ଆକ୍ରମଣରେ ୨ ଗୁରୁତର

କେଶଦୁରାପାଳ: ମହୁମାଛି ଆକ୍ରମଣରେ ୨ ଗୁରୁତର ହୋଇ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସୂଚନାରୁ ଅନୁଯାୟୀ, ଘସିପୁରା ଥାନା ଅନ୍ତର୍ଗତ ଝାଡ଼େଶ୍ଵର ମନ୍ଦିର ନିକଟରେ ଥିବା ଏକ ବରଗଛରେ ଏକ ବାଘୁଆ ମହୁବଷା ହୋଇଥିବା ବେଳେ ଏକ ବାଜ ପକ୍ଷୀ ଖୁମ୍ପି ଦେଇଥିଲା ଫଳରେ ରାସ୍ତାରେ ଇନ୍ଦ୍ରପୁରା ମାଧବ ଜେନା (୬୦) ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇ ଥିଲେ। ସେହିପରି ଝାଡ଼େଶ୍ଵର ମନ୍ଦିର ନିକଟରେ ରହୁଥିବା ବ୍ରାହ୍ମପୁର ଅଞ୍ଚଳର ହରି ଓଁ ବାବାଙ୍କ ସହିତ ଘସିପୁରା ଗ୍ରାମର ନିରଞ୍ଜନ ସାହୁ ମଧ୍ୟ ଆହାତ ହୋଇଛନ୍ତି  ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ହରି ଓଁ ବାବା, ଇନ୍ଦ୍ରପୁରା ମାଧବ ଜେନାଙ୍କୁ ଗୁରୁତର ଆବସ୍ଥଆରେ ସ୍ଥାନୀୟ ଲୋକମାନେ ଆନନ୍ଦପୁର ଡ଼ାକ୍ତରଖାନାକୁ ଆଣିଥିଲେ।

 

Comments are closed.