ପାଦରେ ଚାଲି ଚାଲି ଭାରତ ଭ୍ରମଣ, ରାଷ୍ଟ୍ର ଭକ୍ତିର ସଂଦେଶ ବାଣ୍ଟୁଛନ୍ତି ଯୁବକ

କେଶଦୁରାପାଳ : ଜଣେ ଯୁବକପାଦରେ ଚାଲି ଚାଲି ଭାରତ ଭ୍ରମଣର ସାହାସ ଯୁଟାଇଛନ୍ତି । ସେ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟ ବିଦୁଶାର କୁଳବେନ୍ଦର ସିଂ ସେ ଗତ ଜୁଲାଇ ୬ ତାରିଖ ଠାରୁ ପାଦରେ ଚାଲି ଚାଲି ଭାରତ ଭ୍ରମଣରେ ବାହାରିଛନ୍ତି ସେ ପ୍ରଥମେ ପୂର୍ବ ଭାରତ ରୁ ତାଙ୍କର ଯାତ୍ରା ଆରମ୍ଭ କରି ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲୀ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ପରେ ଓଡ଼ିଶାରେ ପହଂଚି ପୁରୀ ହୋଇ ଦ୍ବାରିକା, ରାମେଶ୍ଵର ଅଭିମୁଖେ, ଯାତ୍ରା କରୁଥିବା ବେଳେ ଆମ ପ୍ରତିନିଧି ରତିକାନ୍ତ ସାହୁ ତାଙ୍କୁ, ସଇଲଙ୍ଗ ଛକ ଓଭରବ୍ରୀଜ୍ ନିକଟରେ ଭେଟି ଥିବା ବେଳେ ଆଦର୍ଶ ସେବା ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁ କୁଳବେନ୍ଦର ସିଂ ଙ୍କୁ ଏକ ଉପଡ଼ୈକନ ଦେଇ ଅଭିନନ୍ଦନ ଜଣାଇବା ସହିତ ପଦଯାତ୍ରାର ଉଦେଶ୍ୟ ସଂପର୍କରେ ପଚାରୀ ଥିଲେ । କୁଳବେନ୍ଦର ସିଂ ଚାରି ଧାମକୁ ପାଦରେ ଯାତ୍ରା କରିବା ସହିତ ଏ ଯୁବ ସମାଜ କୁରାଷ୍ଟ୍ର ଭକ୍ତି ଓ ଦେଶ ସେବାର ସଂଦେଶ ବାଣ୍ଟୁଛନ୍ତି ବୋଲି ପ୍ରକାଶ କରିଥିଲେ ।ଏହି ସମୟରେ ଶିଶୁ ମନ୍ଦିର ଗୁରୁଜୀ ସୁରେଶ ମହାରଣା, ସାମ୍ବାଦିକ ନାରାୟଣ ସାହୁ, ଅଭୟ କୁମାର ମହାପାତ୍ର, ଦେବେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.