ଘସିପୁରାରେ କଟକ ସ୍କ୍ୱାର୍ଡ଼ର ଚଢାଉ; ୩୬ ଚୋରା ବାଇକ ଜବତ

କେଶଦୁରାପାଳ: ଘସିପୁରା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର କଟକରୁ ଆସିଥିବା ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଓ ସ୍ଥାନୀୟ ପୋଲିସର ମିଳିତ ଚଢାଉରେ ବହୁ ପରିମାଣରେ ଚୋରା ମୋଟରସାଇକେଲ ଜବତ କରିଥିବା ଜଣାଯାଇଛି। ଖାଲପାଳ, ବରିପାଳ, କେଶଦୁରାପାଳ, କଅଁଶ କେନ୍ଦୁଆ ଏବଂ ଅଁଳାପାଳ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଏହି ଅଚାନକ ଚଢାଉ ହୋଇଥିଲା। ଏଥିରେ ୩୬ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି। ତେବେ ଏହି ଚୋରାବାଇକ କାରବାର ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା ବେଳେ ପୁଲିସ ଘଟଣାର ଅଧିକ ଛାନବିନ ଚଳାଇଛି।

Comments are closed.