କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି; ସହାୟତା ପାଇଁ କେରଳ ଗଲା ୨ ବିମାନ

କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା୧୮କୁ ବୃଦ୍ଧି ହୋଇଥିବା ବେଳେ ୧୨୭ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ବିମାଳ ଚାଳକ, ବିମାନର ଦ୍ୱିତୀୟ ଚାଳକଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ବିମାନ ଦୁର୍ଘଟଣା ପରେ ଦିଲ୍ଲୀ ଓ ମୁମ୍ବଇରୁ ରିଲିଫ କାର୍ଯ୍ୟ ପାଇଁ କେରଳକୁ ୨ଟି ସ୍ୱତନ୍ତ୍ର ବିମାନ ଯାଇଛି। ସମସ୍ତ ଯାତ୍ରୀ ଓ ପରିବାର ବର୍ଗଙ୍କୁ ସହାୟତା ଯୋଗାଇବା ପାଇଁ ବିମାନ ପଠାଯାଇଛି।ଏହାସହ ଦୁର୍ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ବିଭିନ୍ନ ଦଳର ସଦସ୍ୟ ପହଂଚିଛନ୍ତି। ଏଏଆଇବି, ଡ଼ିଜିସିଏ ଓ ବିମାନ ନିରାପତା ସଦସ୍ୟ ପହଂଚିଛନ୍ତି।
ସୂଚନା ଯୋଗ୍ୟ, ଗତକାଲି ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ ତଳକୁ ଖସି ପଡ଼ିଥିଲା । ପ୍ରବଳ ବର୍ଷା ହେଉଥିବାରୁ ବିମାନଟି ରନୱେରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିବା କୁହାଯାଉଛି ।

Comments are closed.