କେରଳ ବନ୍ୟାରେ ଫସିିଛନ୍ତି ଦଣ୍ଡପାଟର ୧୧ ଦାଦନ ଶ୍ରମିକ

0

କୋକସରା : ପେଟ ପାଇଁ ଦାନା ଯୋଗାଡ କରିବାକୁ ଯାଇ କେରଳରେ ଦଣ୍ଡପାଟ ଅଞ୍ଚଳର ୧୧ ଜଣ ଦାଦନ ଫସି ରହିଛନ୍ତି। ବର୍ତ୍ତମାନ ଏହି ଦାଦନ ଶ୍ରମିକଙ୍କ ପରିବାର ଲୋକ ଏମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଏହି ଅଞ୍ଚଳରୁ ବ୍ୟାପକ ସଂଖ୍ରାରେ ଲୋକେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥାନ୍ତି। ଏମାନେ ସମସ୍ତେ ବନ୍ୟା ପ୍ରଭାବିତ କେରଳର ମାଲାପୁରମ, ପରପାନଗଡି, ମୁଣ୍ଡିଆଗାଁ ଆଦି ଅଞ୍ଚଳରେ କାମ କରୁଥିଲେ। ତେବେ ଏ ଅଞ୍ଚଳର ଶତାଧିକ ଯୁବକ କେରଳର ବନ୍ୟାରେ ଫସି ରହିଥିବା ଆଶଂକା କରାଯାଉଛି। ବିଶେଷକରି ଧର୍ମଗଡ ଉପଖଣ୍ଡର ଧର୍ମଗଡ, କୋକସରା, ଜୁନାଗଡ, ଗୋଲାମୁଣ୍ଡା, ଜୟପାଟଣା, କଲମପୁର ବ୍ଳକରୁ ଶହ ଶହ ଲୋକ ରାଜ୍ୟ ବାହରକୁ ଦାଦନ ଖଟିବାକୁ ଯିବା ନଜିର ରହିଛି। କିନ୍ତୁ ବିନା ପଞ୍ଜିକରଣରେ ଏମାନେ ବାହାରକୁ ଦାଦନ ଖଟିବାକୁ ଯାଉଥିବାରୁ ପ୍ରଶାସନ ପାଖରେ ଏନେଇ କୌଣସି ସଠିକ ତଥ୍ୟ ନଥିବା ଜଣାପଡିଛି।

Leave A Reply