କେରଳରେ ଲାଟଭିୟା ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର ଓ ହତ୍ୟା, ୨ ଗିରଫ

0

ତିରୁଅନନ୍ତପୁରମ : କେରଳରେ ଜଣେ ଲାଟଭିୟା ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି । ମାର୍ଚ୍ଚ ମାସରୁ ମହିଳା ପର୍ଯ୍ୟଟକ ଜଣକ ନିଖୋଜ ଥିଲେ । ବହୁ ଖୋଜଖୋଜି ପରେ ଗୁରୁବାର ପୁଲିସ୍‌ ଉମେଶ ଏବଂ ଉଦୟନ ନାମକ ୨ ଜଣ ଟୁରିଷ୍ଟ ଗାଇଡ଼ଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ମନୋଜ ଆବ୍ରାହମ ସୂଚନା ଦେଇଛନ୍ତି । ମୃତା ଲାଟିଭିୟା ପର୍ଯ୍ୟଟକଙ୍କ ଭଉଣୀ ଇଜି ଗୁରୁବାର କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କୁ ଭେଟିଥିଲେ । ଏଠାରେ ଅନ୍ତିମ ସଂସ୍କାର ପରେ ସେ ନିଜ ଦେଶକୁ ପାଉଁଶ ନେଇଯିବେ ବୋଲି ସୂଚନା ଦେଇଛନ୍ତି । ଉଲ୍ଲେଖ ଯେ ଆୟୁର୍ବେଦ ଚିକିତ୍ସା ପାଇଁ ମହିଳା ପର୍ଯ୍ୟଟକ ଇଲଜି ଏବଂ ତାର ସାଥୀ ଆଣ୍ଡ୍ରୁ କେରଳ ଆସିଥିଲେ । ହଠାତ ମାର୍ଚ୍ଚ ୧୪ରୁ ଇଲଜି କେଉଁଆଡେ ନିଖୋଜ ହୋଇଯାଇଥିଲେ । ଅପ୍ରେଲ ୨୦ରେ ତାଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା । ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply