କେରଳରେ ପ୍ରବଳ ବର୍ଷା: ୮୦ ମୃତ, ରିଲିଫ୍‍ ଶିବିରରେ ୧.୫ ଲକ୍ଷ ଲୋକ

0

ତିରୁଅନନ୍ତପୁରମ୍‍ : କେରଳରେ ବୁଧବାରଠାରୁ ମୂଷଳଧାରାରେ ପ୍ରବଳ ବର୍ଷା ଜାରି ରହିଛି। ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ବର୍ଷା, ଭୂସ୍ଖଳନ ଏବଂ ବନ୍ୟାରେ ୮୦ ଜଣ ପ୍ରାଣ ହରାଇଲେଣି। ୧.୫ ଲକ୍ଷ ଲୋକ ରିଲିଫ୍‍ ଶିବିରରେ ଅଛନ୍ତି। ବନ୍ୟାରେ ୧୪ ଜିଲାରୁ ୧୨ଟି ଜିଲା ପ୍ରଭାବିତ ହୋଇଛି। ରାଜ୍ୟରେ ୩୯ ନଦୀ ବନ୍ଧ ମଧ୍ୟରୁ ୩୫ଟି ବନ୍ଧରେ ଗେଟ୍‍ ଖୋଲି ଦିଆଯାଇଛି। କେରଳରେ ବନ୍ୟା ପରିସ୍ଥିତି ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫୋନ୍‍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ମୌସୁମୀ ଆସିବା ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୭୧ ଇଞ୍ଚର ବର୍ଷା ହୋଇଛି। କେରଳର ଅନେକ ଅଞ୍ଚଳରେ ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ରେଳବାଇର ଅନେକ ଟ୍ରେନ୍‍ ଏବଂ କୋଚି ମେଟ୍ରୋ ଟ୍ରେନ୍‍ ଚଳାଚଳକୁ ବାତିଲ କରିଦିଆଯାଇଛି। ବର୍ଷା ଲାଗି ରହିଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାଡ୍ରାସ ରେଜିମେଣ୍ଟର ଗୋଟିଏ ୟୁନିଟ, ନୌସେନା, ବାୟୁସେନା, ଏନଡିଆରଏଫ ଯବାନ ଓ ସେନା ଯବାନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଶୋଚନୀୟ ବନ୍ୟା ପରିସ୍ଥିତି ଯୋଗୁଁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳକୁ ଅଗଷ୍ଟ ୧୮ ଦିନ ୨ଟା ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୁଧବାରଠାରୁ ବନ୍ଦ କରିଦିଆଯାଇଛି। ଏହାସହ ବିମାନ ଚଳାଚଳକୁ ଅଗଷ୍ଟ ୧୮ ଦିନ ୨ଟା ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। ମୁନ୍ନାର ପାହାଡ଼ିଆ ଅଞ୍ଚଳକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ରାଜ୍ୟର ୱାୟାନାଡ଼, କୋଝିକୋଡ଼, କନ୍ନୁର, କାସାରାଗୋଡ଼, ମଲପୁରମ, ପଲକଜ, ଇଡୁକି ଏବଂ ଏର୍ଣ୍ଣାକୁଲମରେ ଗୁରୁବାର ପର୍ଯର୍୍ୟନ୍ତ ରେର୍ଡ ଆଲର୍ଟ ଜାରି କରାଯାଇଛି।
ସେହିପରି କର୍ଣ୍ଣାଟକରେ ମଙ୍ଗଳବାରଠରୁ ପ୍ରବଳ ବର୍ଷା ଜାରି ରହିଛି। କର୍ଣ୍ଣାଟକର କୋଡଗୁ, ଦକ୍ଷିଣ କନ୍ନଡ଼, ମହୀଶୂର, ହାସନ, ଚିକମାଙ୍ଗାଲୁର, ଶିବମେଗା ଜିଲାର ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ଫଳରେ ଏହି ୬ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ବେଙ୍ଗାଲୁରରୁ କେରଳର କୋଝିକୋଡ଼, କନ୍ନରୁ ଏବଂ କାସରଗୋଡ଼ ଯାଉଥିବା କର୍ଣ୍ଣାଟକ ରାଜ୍ୟ ପରିବହନର ବସ୍‍ ସେବାକୁ ବାତିଲ କରିଦିଆଯାଇଛି।

Leave A Reply