କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗ, କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ

0

ତିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‍ ଚାଣ୍ଡିଙ୍କ ବିରୋଧରେ ଅପ୍ରାକୃତିକ ଯୌନ ବଳାତ୍କାର ନେଇ କେରଳ କ୍ରାଇମବ୍ରାଞ୍ଚ ଶନିବାର ଏକ ମାମଲା ରୁଜୁ କରିଛି। ଓମେନଙ୍କ ବିରୋଧରେ ଜଣେ ମହିଳା ଅପ୍ରାକୃତି ଯୌନ କ୍ରିୟା ନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି।
ଶନିବାର ବିଳମ୍ବିତ ରାତିରେ ରେକଳ କ୍ରାଇମବ୍ରାଞ୍ଚ ପୁଲିସ୍‍ ଏହା ପ୍ରକାଶ କରିଛି। ଏନେଇ ଚାଣ୍ଡିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ସୌର ଶକ୍ତି ନିବେଶରେ ଠକେଇ ନେଇ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ରଫାଦଫା କରିଦେବା ପାଇଁ ୨୦୧୩ରେ ଓମେନ୍‍ ଚାଣ୍ଡି ତିରୁଅନନ୍ତପୁରମସ୍ଥିତ ନିଜ ସରକାରୀ ଆବାସ କ୍ଲିଫ୍‍ ହାଉସରେ ମହିଳାଙ୍କୁ ବଳାତ୍କାର କରିଥିଲେ। ଶନିବାର ତିରୁଅନନ୍ତପୁରମ ଜିଲାକୋର୍ଟ ମାଜିଷ୍ଟ୍ରେଟ୍‍ଙ୍କ ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ଅଭିଯୋଗଫର୍ଦରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‍ ଚାଣ୍ଡି ମହିଳାଙ୍କ ସହ ଅପ୍ରାକୃତିକ ଯୌନ ଶୋଷଣ କରିଥିବା ଦର୍ଶାଯାଇଛି। ତେବେ ଏହି ଅଭିଯୋଗଫର୍ଦ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସୌର ଶକ୍ତି ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ରାଜନୈତିକ ସଂରକ୍ଷଣ ସହ ନିବେଶକଙ୍କୁ ଆକୃଷ୍ଟ କରିବା ନେଇ ଆଲୋଚନା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ମାତ୍ର ଏଥିପାଇଁ ଓମେନ ଚଣ୍ଡି ତାଙ୍କ ସହ ଅପ୍ରାକୃତି ଯୌନ ଶୋଷଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ କେରଳରେ ସୌର ଶକ୍ତି ନିବେଶ ଦୁର୍ନୀତିର ତଦନ୍ତ କରୁଥିବା ଶିବରଂଜନ କମିଶନ କେତେକ ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ। ୨୦୧୭ ସେପ୍ଟେମ୍ବରରେ ତଦନ୍ତରୁ କମିଶନ ଜାଣିବାକୁ ପାଇଥିଲେ ଯେ ୨୦୧୩ରେ କେରଳ ରାଜନୀତିର ଶୀର୍ଷ ନେତାମାନେ ଅଭିଯୋକାରିଣୀ ମହିଳାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିଥିଲେ। ଶିବରଂଜନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ ୧୦୭୩ ପୃଷ୍ଠା ସମ୍ବଳିତ ରିପୋର୍ଟ ୨୦୧୭ ସେପ୍ଟେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନିକଟରେ ଦାଖଲ କରିଥିଲେ। ପରେ ଏହି ରିପୋର୍ଟକୁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଉପସ୍ଥାପନ କରାଯାଇଥିଲା। ଏବେ ଅଭିଯୁକ୍ତା ମହିଳା ଜଣକ ଆଗକୁ ଆସି ଓମେନ୍‍ ଚାଣ୍ଡିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Leave A Reply