ଇତିହାସ ରଚିଲେ ଧାନ୍ୟା ସାନାଲ

0

ନୂଆଦିଲ୍ଲୀ : କେରଳର ଅଗସ୍ତ୍ୟରକୁଡମ୍‌ ଗିରିଶୃଙ୍ଗ ଅତିକ୍ରମ କରିବାରେ ଇତିହାସ ସୃଷ୍ଟି କରିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କେ. ଧାନ୍ୟା ସାନାଲ। ବିଭିନ୍ନ ମହଲରୁ ପ୍ରତିରୋଧ ସତ୍ତ୍ବେ ସେ ନେୟାର ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବସ୍ଥିତ ଏହି ୧୮୬୮ ମିଟର ଗିରିଶୃଙ୍ଗ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। କେରଳ ହାଇକୋର୍ଟ ଏଠାରେ ପର୍ବତାରୋହଣ ଉପରୁ ଯୁଗଯୁଗରୁ ପ୍ରଚଳିତ ନିଷେଧାଦେଶ ହଟାଇବା ପରେ ଆୟୋଜିତ ପର୍ବତାରୋହଣ କାର୍ଯ୍ୟକ୍ରମ ଅବସରରେ ସାନାଲ ପ୍ରତମ ମହିଳା ଭାବେ ଏହି ସଫଳତା ହାସଲ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କାନି ସମ୍ପ୍ରଦାୟର ଆଦିବାସୀମାନେ ତୀବ୍ର ବିରୋଧ କରିଥିଲେ। କେରଳର ଏହି ଦ୍ବିତୀୟ ସ​ର୍ବୋଚ୍ଚ ଶୃଙ୍ଗ କେବଳ ପୁରୁଷଙ୍କ ପାଇଁ ଖୋଲା ରହିଥାଏ। ବୋନାକାଡ଼ଠାରୁ ଜଙ୍ଗଲ ପଥରେ ଦୀର୍ଘ ୨୨କିମି ରାସ୍ତା ଅତିକ୍ରମ କରିବା ପରେ ଏହି ଶୃଙ୍ଗରେ ପହଞ୍ଚିହୁଏ। ଅଗସ୍ତ୍ୟ ମୁନିଙ୍କ ନାମାନୁସାରେ ଏହି ଶୃଙ୍ଗର ନାମକରଣ ହୋଇଛି।

Leave A Reply