ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ

ତିରୁବନନ୍ତପୁରମ : ମଙ୍କିପକ୍ସକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି।
ଏହା ମଙ୍କିପକ୍ସର ପ୍ରଥମ ଘଟଣା ହୋଇଥିବାରୁ ୭୨ ଘଣ୍ଟା ବ୍ୟବଧାନରେ ଦୁଇଟି ପରୀକ୍ଷା କରାଯାଇଥିଲା ଏବଂ ଉଭୟ ଥର ରିପୋର୍ଟ ନେଗେଟିଭ ଆସିଥିଲା। ରୋଗୀ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ଚର୍ମର ଦାଗ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛି । ଆଜି ତାଙ୍କୁ ଡିସଚାର୍ଜ କରାଯିବ।

Comments are closed.