ଫାର୍ମରେ ନିଆଁ ଲାଗି ଜଳିଗଲେ ୨୫୦୦ କୁକୁଡ଼ା

ନୂଆଦିଲ୍ଲୀ: କେରଳର ଭାଜିକାଦଭୁ ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୨୫୦୦ରୁ ଅଧିକ କୁକୁଡ଼ା ଜଳିଯାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ପ୍ରାୟ ରାତି ୮ଟା ସମୟରେ କୌଣସି କାରଣରୁ କୁକୁଡ଼ା ଫାର୍ମରେ ନିଆଁ ଲାଗିଯାଇଥିଲା । ଯାହା ଦ୍ବରା ୨୫୦୦ରୁ ଅଧିକ କୁକୁଡ଼ା ପୋଡି ଯାଇଥିବା ବେଳେ, ଫାର୍ମରେ ଥିବା ବହୁ ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ସୂଚନା ଅନୁସାରେ, ଫାର୍ମରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

Comments are closed.