କେରଳରେ ପୁଣି ନିପା ଆତଙ୍କ ; ଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ : କେରଳରେ ପୁଣି ନିପା ଭାଇରସର ଆତଙ୍କ ଦେଖିବାକୁ ମିଳିଛି । କେରଳର କୋଚ୍ଚିରେ ଜଣେ ଛାତ୍ର ନିପା ଭାଇରସରେ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି । କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଏହି ସୂଚନା ଦେଇଛନ୍ତି । ଶୈଳଜା କହିଛନ୍ତି ଯେ, ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଛାତ୍ର ଜିନ୍ ମୋଟ  ୮୬ ଲୋକଙ୍କ ସମ୍ପର୍କରେ ଆସିଥିଲା। ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଉକ୍ତ ଛାତ୍ର ଜଣଙ୍କ ଚିକତ୍ସାଧୀନ ରହିଛି । ନିପା ଭାଇରସ ସହ ମୁକାବିଲ କରିବା ପାଇଁ କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଚ୍ଚିର କଲାମସେରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଛାତ୍ର ଜନକୁ ନିପା ଭାରସର ସଂକ୍ରାମଣ ହୋଇଥିବା ସନ୍ଦେହ କରାଯାଇ ପୁଣେ ସ୍ଥିତ ରାଷ୍ଟ୍ରୀୟ ଭୂତାଣୁ ବିଜ୍ଞାନ ସଂସ୍ଥା (ଏନ୍ଆଇଭି)ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ରିପୋର୍ଟ ସକରାତ୍ମକ ଆସିଲା ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଗତ ବର୍ଷ ମଧ୍ୟ କେରଳରେ ନିପା ଭାଇରସ ର ପ୍ରକୋପ ଦେଖିବାକୁ ମିଳିଥିଲା।

Comments are closed.