କେରଳ ବନ୍ୟା: ରିଲିଫ ସାମଗ୍ରୀ ଆତ୍ମସାତ୍‍ ଅଭିଯୋଗରେ ୨ଅଧିକାରୀ ଗିରଫ

0

ତିରୁଭାନନ୍ତପୁରମ୍‍: କେରଳ ପୁଲିସ ପକ୍ଷରୁ ୨ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି। ଏହି ଅଧିକାରୀମାନେ ବିଭିନ୍ନ କ୍ୟାମ୍ପରୁ ଆସୁଥିବା ରିଲିଫ ସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏସ ଥୋମାସ ଓ ଏମପି ଦିନେଶ ନାମକ ଦୁଇ ସରକାରୀ ଅଧିକାରୀ ୱାୟାନାଦ ଜିଲାର ପାନାମାରାମ ଗ୍ରାମସ୍ଥିତ ରିଲିଫ କ୍ୟାମ୍ପରେ ନିୟୋଜିତ ଥିଲେ। ଉଭୟ ଅଧିକାରୀ ରିଲିଫ କ୍ୟାମ୍ପରୁ ସାମଗ୍ରୀ ନେଇ ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚାଇବା ପରିବର୍ତ୍ତେ ରିଲିଫ ଗାଡ଼ିକୁ ଅନ୍ୟତ୍ର ନେଇଯାଇ ସେଠାରେ ଖାଲି କରୁଥିବାବେଳେ ପୁଲିସ ହାତରେ ଗିରଫ ହୋଇଛନ୍ତି। ଉଭୟ ଅଧିକାରୀଙ୍କୁ ସନ୍ଦେହଜନକ ଭାବରେ ରିଲିଫ ଗାଡ଼ିରୁ ସାମଗ୍ରୀ ଓହ୍ଲାଉଥିବା ଦେଖି ସ୍ଥାନୀୟ କିଛି ଲୋକେ ଜରୁରିକାଳୀନ ବିଭାଗକୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଖବର ପାଇ ଜରୁରୀକାଳୀନ ବିଭାଗ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଉଭୟ ଅଧିକାରୀଙ୍କୁ ରିଲିଫ ଗାଡ଼ି ସହ ଗିରଫ କରିଥିଲେ। ଏଭଳି ଏକାଧିକ ଘଟଣା ସମ୍ପର୍କିତ ଅଭିଯୋଗ ପ୍ରତିଦିନ କେରଳ ଜରୁରୀକାଳୀନ ବିଭାଗ ଓ କେନ୍ଦ୍ର ସରକାରଙ୍କ କେରଳ ସହଯୋଗ କେନ୍ଦ୍ରକୁ ଆସୁଛି। ଏହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜସ୍ୱ ବିଭାଗର ୩ଜଣିଆ ଟିମ୍‍କୁ କେରଳ ପଠାଯାଇଛି।
ବନ୍ୟାର ଭୟାଭୟତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରୁ ରିଲିଫ ସାମଗ୍ରୀ କେରଳରେ ପହଞ୍ଚୁ ଥିବାବେଳେ ଏହାକୁ ସଠିକ ସ୍ଥାନରେ ପହଞ୍ଚାଇବା କେରଳ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଏନଜିଓଙ୍କୁ ମଧ୍ୟ ରିଲିଫ ସାମଗ୍ରୀ ବଣ୍ଟନ ଦାୟିତ୍ୱ ପ୍ରଦାନ କରିଛନ୍ତି।

Leave A Reply