କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମାସକର ଦରମା ଦେବେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ

0

ଭୁବନେଶ୍ୱର : କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ, ଦଳର ସାଂସଦ ଓ ବିଧାୟକମାନେ ମାସକର ଦରମା ପ୍ରଦାନ କରିବେ। ଦଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଅର୍ଥ ଦାନ କରିବାକୁ ଦଳର ବରିଷ୍ଠ ନେତା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ସେମାନଙ୍କୁ ନିବେଦନ କରିଛନ୍ତି। ବିଜେଡି ପକ୍ଷରୁ ଏହି ମର୍ମରେ ଏକ ପ୍ରେସ ଇସ୍ତାହାର ଜାରି କରାଯାଇଛି।
ମନ୍ତ୍ରୀ ଶ୍ରୀ ଆରୁଖ ଜଣାଇଛନ୍ତି, ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କେରଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଦଳର ସାଂସଦ ଓ ବିଧାୟକମାନେ ଏଭଳି କ୍ଷୟକ୍ଷତିରେ ଗଭୀର ମର୍ମାହତ।
କେରଳରେ ରିଲିଫ୍‍, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଏକ ମାସର ଦରମା କେରଳ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟାର୍ଥେ ପ୍ରଦାନ କରିବାକୁ ସେ ଦଳର ସଭାପତି, ସମସ୍ତ ସାଂସଦ ଓ ବିଧାୟକଙ୍କୁ ଅନୁରୋଧ କରିଛନ୍ତି।

Comments
Loading...