ବନ୍ୟାରେ ଶିକ୍ଷାଗତ ପ୍ରମାଣପତ୍ର ନଷ୍ଟହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

0

ତିରୁଅନନ୍ତପୁରମ୍‍: ପ୍ରଳୟଙ୍କରୀ ବନ୍ୟାରେ ନିଜର ଶିକ୍ଷାଗତ ପ୍ରମାଣପତ୍ର ନଷ୍ଟ ହୋଇଯାଇଥିବା ଦେଖି ୧୯ ବର୍ଷ ବୟସ୍କ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପୁଲିସ ସୋମବାର ପ୍ରକାଶ କରିଛି। ମୃତ ଛାତ୍ର କୈଳାସଙ୍କ ଘର କୋଝିକୋଡ଼ ଜିଲା ଅନ୍ତର୍ଗତ କାରାନ୍ଥୁରଠାରେ। ପ୍ରବଳ ମୌସୁମୀ ବର୍ଷା ଯୋଗୁଁ କାରାନ୍ଥୁର ଜଳାର୍ଣ୍ଣବ ହୋଇପଡିବା ପରେ ସେ ଏବଂ ତାଙ୍କ ପରିବାର ବାସଗୃହ ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଥିଲେ। ତିନି ଦିନ ପୂର୍ବେ ସେମାନଙ୍କୁ ରିଲିଫ୍‍ ଶିବିରକୁ ଅଣାଯାଇଥିଲା। ରବିବାର ବନ୍ୟାପାଣି ସାମାନ୍ୟ କମିବା ପରେ ସେ ଘରକୁ ଫେରିଥିଲେ। ପଢ଼ା ବହି ଓ ପ୍ରମାଣ ପତ୍ର ନଷ୍ଟ ହୋଇଯାଇଥିବା ଦେଖି ସେ ଧୈର୍ଯ୍ୟହରା ହୋଇପଡିଥିଲେ। କୈଳାସ କିଛି ଦିନ ପୂର୍ବେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖାଇଥିଲେ ବୋଲି ପୁଲିସ କହିଛି।

Leave A Reply