ମତ୍ସ୍ୟଜୀବୀଙ୍କ ପିଠିରେ ଭରା ଦେଇ ଚଢୁଛନ୍ତି ମହିଳା ଓ ଶିଶୁ

0

ନୂଆଦିଲ୍ଲୀ: କେରଳ ବନ୍ୟା ପରିସ୍ଥିତିରେ ଦେବଦୂତ ସାଜିଛନ୍ତି ଜଣେ ମତ୍ସ୍ୟଜୀବୀ । ଉଦ୍ଧାରକାରୀଙ୍କ ବୋଟ୍ ଉପରକୁ ଚଢିବା ପାଇଁ ଅସମର୍ଥ ମହିଳା ଓ ଶିଶୁଙ୍କ ମଧ୍ୟରେ ମାଧ୍ୟମ ପାଲିଟିଛି ଜଣେ ମତ୍ସ୍ୟଜୀବୀ । ବନ୍ୟା ପାଣି ମଧ୍ୟରେ ମତ୍ସ୍ୟଜୀବୀ ଜଣଙ୍କ ଆଣ୍ଠୁ ମାଡି ଆଣ୍ଠୋଇ ରହିଥିବା ବେଳେ ତାଙ୍କ ପିଠିରେ ଚଢି ବୋଟ ଉପରକୁ ଯାଉଛନ୍ତି ଜଣ ମହିଳା, ତାଙ୍କ ମା’ ଓ ଜଣେ ଶିଶୁ । ମତ୍ସ୍ୟଜୀବୀଙ୍କ ଏହି ସାହାସିକତାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତ୍ ଯବାନ ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ହିରୋ ପାଲିଟି ଯାଇଛନ୍ତି । ଏହି ଘଟଣାଟି କେରଳର ମାଲାପୁରମ୍ ଗ୍ରାମର ହୋଇଥିବା ବେଳେ ଶନିବାର ଏଡି ଦୃଶ୍ୟ ରେକର୍ଡ ହୋଇଛି ବୋଲି ଜଣାପଡିଛି।

courtesy ndtv

Leave A Reply